ଗାଁ ଭିତରକୁ ପଶି ଆସିଥିବା ହରିଣକୁ ମାରିବା ଅଭିଯୋଗରେ ଜଣେ ଅଟକ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ କୁମାଳା ବାହାଳି ଗାଁ ଭିତରକୁ ସୋମବାର ସକାଳେ ଏକ ମାଈ ହରିଣ ପଶି ଆସିଥିଲା।

ହରିଣକୁ ମାରି ଖାଇବା ଉଦ୍ଦେଶ୍ୟରେ ୨୦ରୁ ଉର୍ଦ୍ଧ୍ବ ଲୋକେ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଗ୍ରାମ୍ୟ ଜଙ୍ଗଲରେ ଠେଙ୍ଗାରେ ପିଟି ମାରିଦେଇଥିଲେ। ଖବରପାଇ ବନପାଳ ପହଁଚି ଜଣକୁ ଅଟକ ରଖିବା ସହ ମୃତ ହରିଣକୁ ଜବତ କରିଛନ୍ତି। ଅଟକ ଥିବା ଯୁବକ ଜଣକ ହେଉଛନ୍ତି ପାଟଣା ବ୍ଲକ ପଲାଣ ଘାଟି ପଞ୍ଚାୟତ କୁମୁଳା ବାହାଳି ଗ୍ରାମର ଚିତ୍ତରଞ୍ଜନ ମହାନ୍ତ(୨୮)।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes