ଗାଁ କୁ ଯାଇ ପଟା ବାଣ୍ଟିଲା ରାଜସ୍ୱ ରଥ

କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପକ୍ଷରୁ ଆନୁଷ୍ଠାନିକ ଭାବେ ରାଜସ୍ୱ ରଥ ବାହାରି ଟାଙ୍ଗରପଡା ରାଜସ୍ୱ ନିରୀକ୍ଷକ ଅନ୍ତର୍ଗତ ଟାଙ୍ଗରପଡା ଓ ଅଙ୍କୁରା ଗ୍ରାମରେ ୧୬ ଜଣ ଆବେଦନ କାରୀଙ୍କୁ ଜମି ପଟା ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ସମ୍ମାନିତ ଅତିଥି ଭାବେ ରେଭିନ୍ୟୁ ସୁପର ଭାଇଜର ବନମାଳୀ ନାଏକ,ଟାଙ୍ଗରପଡା ଆର ଆଇ ସାର୍ଥକ ସାରଥୀ ବାରିକ ଓ ଡାଟା ଏଣ୍ଟ୍ରି ଅପରେଟର ରତି ରଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes