ଖୁଣ୍ଟା ଜଙ୍ଗଲରୁ ଅପରେଟ ହେଉଥିଲା ସିମ୍‌ ବକ୍ସ ନେଟୱାର୍କ

ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରେ ସିମ୍‌ ବକ୍ସ ନେଟୱର୍କ ଅପରେଟ କରୁଥିଲେ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ସିହ୍ନା।

ଅଭିଯୁକ୍ତମାନଙ୍କ ଠାରୁ ୨ଟି ସିମ୍ ବକ୍ସ, ୭ଟି ଲାପଟପ୍ ଓ ବହୁ ପ୍ରି ଆଭେଟେଡ୍ ସିମ୍ ମିଳିଛି। ଏମାନେ କେଓ୍ବାଇସି ସସ୍ପେଣ୍ଡ ଓ ସିମ୍‌ କାର୍ଡ ବ୍ଲକ ମେସେଜ ପଠାଇ ଠକୁଥିଲେ। ମାଷ୍ଟରମାଇଣ୍ଡ ଖଣ୍ଡେଲୱାଲ ଓ ସହଯୋଗୀଙ୍କ ଜେରା ଚାଲିଥିବା ବେଳେ ଠକେଇରେ ଆଉ କାହାର ଭୂମିକା ରହିଛି ନା ନାହିଁ ତଦନ୍ତ ଚାଲିଛି। ଏତେ ପରିମାଣର ସିମକାର୍ଡ କେଉଁଠୁ ଆଣିଥିଲେ ସ୍ପଷ୍ଟ ହୋଇନି ବୋଲି ଆଇଜି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes