ଖାଦ୍ୟ ଅନ୍ୱେଷଣରେ ଆସି କୁଟୁରା ଜାଲରେ ଲାଗି ମୃତ

ଖାଦ୍ୟ ଅନ୍ବେଷଣରେ ଆସି ଜାଲ ରେ ଫସି ଏକ ଅଣ୍ଡିରା କୁଟୁରାର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ ମାଛଗଡ଼ ବିରଳ ସାହିରେ ଶନିବାର ସକାଳୁ ଏହି କୁଟୁରା ପାଖ ଜଙ୍ଗଲ ରୁ ଆସି ବଗିଚାରେ ଲଗାଯାଇଥିବା ତାର ଜାଲ ରେ ପଡି ଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି , ମୃତ କୁଟୁରାକୁ ଜବତ କରି ବ୍ୟବଛେଦ କରି ସେକ୍ସନ କାର୍ଯ୍ୟାଳୟ ରେପୋତିଦିଆ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes