କ୍ଷତିପୂରଣ ଦାବିରେ ବନକର୍ମଚାରୀ ଅଟକ ରଖିଲେ ଚାଷୀ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ଡବକ ନୂଆଗାଁ ଗ୍ରାମର ବନ୍ଧରୁ ଆଜି ସକାଳ ସମୟରେ ଏକ କୁମ୍ଭୀର ଉଦ୍ଧାର ହୋଇଥିଲା ।

ବନକର୍ମଚାରୀ ଏହାକୁ ଉଦ୍ଧାର ପାଇଁ ଯାଇଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କର ଶତାଧିକ ହଂସ ଓ  ବନ୍ଧରେ ଛଡ଼ାଯାଇଥିବା ମାଛ କୁମ୍ଭୀର ଖାଇଥିବା ଏବଂ ଏହାର କ୍ଷତିପୁରଣ ପ୍ରଦାନ ଦାବି କରି ୩ ଘଣ୍ଟା ଧରି ବନକର୍ମଚାରୀମାନଙ୍କୁ ଅଟକ ରଖିଥିଲେ। ଏହା ପରେ ଏସିଏଫ ଓ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନର ପ୍ରତିଶୃତି ଦେବା ପରେ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes