କେନ୍ଦୁଝର ସହରରେ ବିଭିନ୍ନ ପ୍ରକାରର ମିଠା ଆମ୍ବର ପସରା ରାସ୍ତା କଡ଼ରେ ବିକ୍ରି ହେଉଛି।
ରାସ୍ତାରେ ଯିଏ ଯାଉଛି ଦେଖି କିଛି ସମୟ ଅଟକି ଦେଖୁଛି, ପରଖୁଛି ଓ ପସନ୍ଦ ମୁତାବକ କିଣି ନେଇ ଯାଉଛନ୍ତି। କିଲୋ ୫୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ଆମ୍ବ ବିକ୍ରି ହେଉଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି କଲମୀ ଆମ୍ବ ଆଣି ବ୍ୟବସାୟୀ, ଚାଷୀ ମାନେ ଆମ୍ବ ବିକ୍ରି କରୁଛନ୍ତି।