କେନ୍ଦୁଝରରୁ ଖୋର୍ଦ୍ଧା ଓ କେନ୍ଦୁଝର ଦେଇ ଯାଉଥିବା ପୁରୀ – ବଡ଼ବିଲ ଯାତ୍ରୀ ବାହି ଟ୍ରେନରେ ଅଧିକ କୋଚ ଦେବାକୁ କେନ୍ଦୁଝର ପ୍ରେସ କ୍ଲବ ପକ୍ଷରୁ ରେଳ ମନ୍ତ୍ତୀ ଅଶ୍ଵିନୀ ବୈଷ୍ଣବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ରେଳ ବିଭାଗ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ସମୟରେ ଯାତ୍ରୀମାନେ ସ୍ଥାନ ଅଭାବରୁ ଛିଡା ହୋଇ ଯିବା ଆସିବା କରୁଥିବା ବେଳେ ଅନେକ ଯାଇ ନପାରି ଷ୍ଟେସନରୁ ଫେରିବାକୁ ପଡୁଛି ବୋଲି ସଭାପତି ନିରଞ୍ଜନ ନାୟକ କହିଛନ୍ତି।