କେନ୍ଦୁଝରଗଡ ପୌରପାଳିକା ସଫେଇ କର୍ମଚାରୀଙ୍କ ଅଫିସ ଘେରାଉ

ବିଭିନ୍ନ ସମସ୍ୟାକୁ ନେଇ ଆଜି କେନ୍ଦୁଝର ପୌରପାଳିକାର ସଫେଇ କର୍ମଚାରୀମାନେ କାମ ବନ୍ଦ କରି ସକାଳୁ ଅଫିସ ଘେରାଉ କରିଛନ୍ତି।

ଫଳରେ ସହରରେ ସଫେଇ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ଚାରିଆଡ଼େ ମଇଳା ଆବର୍ଜନା ଜମା ହୋଇ ରହିଛି। ଦୀର୍ଘ ବହୁ ବର୍ଷ ଧରି ସଫେଇ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିବା ବହୁ କର୍ମଚାରୀଙ୍କୁ ବାହାର କରିଦେବାକୁ କେତେକ କର୍ମଚାରୀ ଧମକ ଚମକ କରୁଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes