ଅନିୟମିତତା ବର୍ଷା ଯୋଗୁଁ ଚଳିତ ଖରିଫ ଚାଷ ବିଳମ୍ବ ହେଉଥିବା ବେଳେ କେନାଲରେ ପାଣି ଆସୁନଥିବାରୁ ଚାଷୀ ପରିସ୍ଥିତି ସାଙ୍ଘାତିକ ଥିବା ଅଭିଯୋଗ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ଚାଷୀ।
ତୁରନ୍ତ କେନାଲରେ ପାଣି ଯୋଗାଣ ନେଇ ଜିଲ୍ଲାପରିଷଦ ସଭ୍ୟା ପ୍ରମିଳା କଲତାଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଆଜି ବିନିକା ତହସିଲଦାରଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି ।