କୂଅରେ ଖସି ପଡିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର ସଦର ବ୍ଲକ ନେଲୁଙ୍ଗ ଗ୍ରାମ ଆମ୍ବୁଆ ପଶି ସାହିରେ ଏକ ଫାର୍ମ ପରିସରରେ ଥିବା କୂଅରେ ଏକ ବଣୁଆ ଭାଲୁ ପଡିଯିବାରୁ ବନ ଓ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କୂଅରୁ ପାଣି ବାହାର୍ କରି ଏକ ସିଡି ଜରିଆରେ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।ବାହାରେ ଭାଲୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏସିଏଫ ଅଶୋକ ଦାସ, ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ଓ ଦମକଳ ବିଭାଗ ଓ ଵନ ବିଭାଗ କର୍ମ ଚାରି ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes