ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅରୁନୋଦୟ ବିଦ୍ୟାଳୟ ପରିସରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ ହୋଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ବରିଷ୍ଠ ସଦସ୍ୟ ଡ. ଶରତ ଚନ୍ଦ୍ର ଗୌନ୍ତିଆ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ରେଡ଼କ୍ରସର ଆଜୀବନ ସଦସ୍ୟ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ।