କାଳବୈଶାଖୀ ଝଡରେ ଉପୁଡି ପଡ଼ିଲା ଆମ୍ବ ଗଛ

ଶନିବାର ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ସ୍ଥାନରେ କାଳବୈଶାଖୀ ଝଡ ସହ ବର୍ଷା ମଧ୍ୟ ହୋଇଥିବା ଜଣାଯାଇଛି । ସୁବଳୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଗୁଢିପାଲି-ଖଣ୍ଡହତା ମୁଖ୍ୟରାସ୍ତା ଉପରେ ଏକ ବିରାଟ ଆମ୍ବ ଗଛ ମୂଳରୁ ଉପୁଡି ପଡ଼ିଥିଲା ।

ଫଳରେ କିଛି ସମୟ ଧରି ଯାନବାହାନ ଚଳାଚଳରେ ବାଧା ଉପୁଜି ଥିଲା । ପରେ ଗଛଟିକୁ ରାସ୍ତାରୁ ହଟାଯିବା ପରେ ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes