କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ମେଗା ଜଳ ପ୍ରକଳ୍ପର ପାଣି ଟାଙ୍କିରେ କାମ କରି ୨୧ଜଣ ଶ୍ରମିକ ୬ମାସ ହେବ ମଜୁରୀ ପାଇବାରୁ ବଞ୍ଚିତ ହୋଇ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଠିକାଦାର ଆଜି କାଲି ମଜୁରୀ ଦେବି କହି ଶ୍ରମିକଙ୍କୁ ଭୁଆଁ ବୁଲାଇବା ସହ ଦିନ ଗଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।