କାନପୁର ଠାରେ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କାନପୁର ମାହେଶ୍ୱରୀ ମନ୍ଦିର ନିକଟରେ ଆୟୋଜିତ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି । କାନପୁର ସମେତ ମହୁରିଆପାଲି, ବିକଳପାଲି, ଡୁମୁରି, କୁଡ଼ାପଡ଼ା, ଜଉଁରାଭଉଁରା, ତିକୁଡା, ବ୍ରାହ୍ମଣୀପାଲି, ଖମ୍ବେଶ୍ୱରୀପାଲି ଓ ଷଣ୍ଢା ଆଦି ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଏଥିରେ ଭାଗ ନେଇଥିଲେ । ବଶିଷ୍ଠ ଖମାରୀ ଓ ଝରଣା ଖମାରୀ ଏଥିରେ କର୍ତ୍ତା କାର୍ଯ୍ୟ ତୁଳେଇଥିଲେ । ଆୟୋଜକ କମିଟି ସଭାପତି ସୁଦର୍ଶନ ମହାକୁର, ସମ୍ପାଦକ କଷ୍ଟେଶ୍ୱର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes