କମିରା ଶାଖା ଡାକଘର ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ନୂତନ ଶାଖା ଡାକଘର ଉଦଘାଟିତ ହୋଇଯାଇଛି । ଏହାକୁ ସ୍ଥାନୀୟ ସରପଞ୍ଚ ଅନୁସୟା ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ଏଥିରେ ଶିକ୍ଷାବିତ୍ ଧରଣୀଧର ପାଢ଼ୀ, ସମାଜସେବୀ ସପନ ପଧାନ, ଗଜୀନ୍ଦ୍ର ପଧାନ, ରାମପ୍ରସାଦ କର୍ଣ୍ଣ, ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହାଦ୍ବାରା କମିରା, ଆମସରଭଟ୍ଟା, ବଳରାମପୁର, ଲଖନି, ବିକଳପୁର, ଟମକିଆଦାଦର, ସଂଗ୍ରାମ ପୁର, ତିଲେଇମାଲ, ଯୁବରାଜପୁର ଆଦି ଗ୍ରାମବାସୀ ଉପକୃତ ହେବେ ବୋଲି ଜଣା ଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes