କଟକରୁ ଫେରାର କର୍କଟ ଆକ୍ରାନ୍ତ କଏଦୀ ରାଜଧାନୀରେ ଧରାପଡିଲା

କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରୁ ଗତକାଲି ଚମ୍ପଟ ମାଟିଥିବା ଜଣେ କଏଦୀକୁ ଭୁବନେଶ୍ୱରର ଟଙ୍କପାଣି ରୋଡ଼ରୁ କାବୁ କରାଯାଇଥିବା ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ କହିଛନ୍ତି l
କୋରାପୁଟର ଏହି କଏଦୀ କର୍କଟରେ ଆକ୍ରାନ୍ତ ହେବାରୁ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା l ତାକୁ ନିୟମିତ ଜେଲ କର୍ତ୍ତୃପକ୍ଷ ସୁରକ୍ଷାରେ ଆଚାର୍ଯ୍ୟ ହରିହର ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥାନ୍ତି l ଗତକାଲି ସେ ମେଡିକାଲରୁ ତିନି ଜଣ ଗାର୍ଡଙ୍କୁ ଚକମା ଦେଇ ଚମ୍ପଟ ମାରିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes