ଓଡ଼ିଶା ଥାଇବକ୍ସିଂର  ୨ୟ ବାର୍ଷିକ ସାଧାରଣ ପରିଷଦ ବୈଠକ

ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ସାଉଥ ବଲଣ୍ଡା ଠାରେ ଓଡ଼ିଶା ଥାଇବକ୍ସିଂର  ୨ୟ ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ସମ୍ପାଦକ ଶୁଭେନ୍ଦୁ ସାମନ୍ତରାୟଙ୍କ ଉପସ୍ଥିତିରେ ଏହି ବୈଠକରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟସ୍ତରରେ କାର୍ଯ୍ୟକ୍ରମ ସହ ଜିଲ୍ଲାସ୍ତରରେ କିଭଳି ଥାଇବକ୍ସିଂର ଖେଳ ହୋଇପାରିବ ଓ କିଭଳି ମହିଳାମାନେ ଅଧିକ ସଂଖ୍ୟାରେ ଏଥିରେ ଭାଗ ନେଇପାରିବେ ସେନେଇ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes