ଓଲଟିଲା ତେଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର

ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ବଇଁଚା ଠାରେ ଏକ ତେଲ ଟ୍ୟାଙ୍କର ଦୁର୍ଘଟଣାଗସ୍ତ ହେବା ସହ ଏହି ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବରରୁ ପ୍ରକାଶ ବାଲେଶ୍ୱର  ତେଲ ଡିପୋରୁ ଏକ  ତେଲ ଟ୍ୟାଙ୍କର ୧୨ହଜାର ଡିଜେଲ ନେଇ ଧାମରା ଆସୁଥିବା ବେଳେ ବଇଁଚା ନିକଟରେ ଏହି ଟ୍ୟାଙ୍କରର ଆଗ ଚକା ଫାଟି ଯିବାରୁ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ନିକଟସ୍ଥ ନାଳକୁ ଓଲଟି ପଡିଥିଲା ଫଳରେ ଟ୍ୟାଙ୍କରରେ ଥିବା ତେଲ ନିକଟସ୍ଥ ନାଳ ରେ ଥିବା ପାଣିରେ ମିଶିଯାଇଥିଲା । ଖବର ପାଇବା ପରେ କରଞ୍ଜମାଳ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ଟ୍ୟାଙ୍କରର ଚାଲକ ଏବଂ ହେଲପରକୁ ଉଦ୍ଧାର କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes