କେନ୍ଦୁଝର ଏସପି ଅଫିସ ସମ୍ମୁଖ ସାଇରାମ ଜୁଏଲାରୀ ଦୋକାନ ଭାଙ୍ଗି ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ।
ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ ଚୋରି ଜଣା ପଡ଼ିବ ବୋଲି ମତ ପ୍ରକାଶ ପାଉଛି। ଚୋର ସିସିଟିଭି ରେକର୍ଡିଂ ବାକ୍ସକୁ ମଧ୍ୟ ନେଇଯାଇଥିବା ଜଣାପଡିଛି।