ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆ ଠାରେ ଆଜି ଦିନ ବେଳା ୨୪ ଟିକିଆ ହାତୀ ପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ ଏଚ ୨୦ ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।
ଏହି ଦଳରେ ଛୁଆ ହାତୀ ମଧ୍ୟ ଥିଲେ। ଗାଡ଼ି ଚାଳକ ତଥା ସ୍ଥାନୀୟ ଲୋକ ମାନେ ରାସ୍ତାରେ ଠିଆ ହୋଇ ହାତୀ ମାନଙ୍କ ମନୋରମ ଦୃଶ୍ୟ କୁ ଦେଖି ଥିଲେ। ବିଶେଷ କରି ବାହାର ଅଞ୍ଚଳ ର ଲୋକେ ଏଭଳି ହାତୀ ମାନଙ୍କୁ ଦେଖି ଖୁସି ହୋଇଥିଲେ।