ଉନ୍ନୟନ କମିଟିର ବୈଠକ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳିସ୍ତରୀୟ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଆଜି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସମ୍ବଲପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ବଳ, କୁଚିଣ୍ଡା ଉପଜିଲ୍ଲାପାଳ, କୁଚିଣ୍ଡା ଉପଖଣ୍ଡ ୩ ବ୍ଲକ ଅଧ୍ୟକ୍ଷ, ବିଡିଓ ତଥା ସମ୍ବଲପୁର ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇଥିଲେ। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ପାନୀୟ ଜଳ ଯୋଗାଣ ଓ ଚାଷ ଜମି ଜଳ ଯୋଗାଣ ଆଦି ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes