ଆସନ୍ତା 15 ରୁ ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା 15 ତାରିଖରୁ ପୁଣି ତହସିଲଦାରଙ୍କ କ୍ୟାମ୍ପ କୋର୍ଟର ଶୁଣାଣି ଆରମ୍ଭ ହେବ l ନିଷ୍ପତ୍ତି ଅନୁସାରେ ଏବେଠୁ ଗ୍ରାମରେ ହେବ ରାଜସ୍ବ ମାମଲାର ଫଇସଲା l
ପ୍ରତ୍ୟେକ ସପ୍ତାହରେ 2/3 ଦିନ କ୍ୟାମ୍ପ କୋର୍ଟ ହେବ l ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ନିୟମିତ ଏହାର ସମୀକ୍ଷା ହେବ ଏବଂ କ୍ୟାମ୍ପ କୋର୍ଟ ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes