ଆସନ୍ତା ୬ ତାରିଖରେ ଲଘୁଚାପ, ବାତ୍ୟା ଆଶଙ୍କା ବି : ଆଇଏମଡି

ଆସନ୍ତା ଛଅ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା ଥିବା ଆଜି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର l

ତେବେ ମେ ମାସରେ ଲଘୁଚାପ ହେଲେ ତାହା ଅଧିକ ଘନୀଭୂତ ହେବାର ଆଶଙ୍କା ଥିବାରୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ବି ନେଇପାରେ l ତେବେ ଏହା ତୀବ୍ର ହେବ କି ଏବଂ କେଉଁ ଆଡକୁ ଗତି କରିବା ଏବେଠାରୁ ଆକଳନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes