ଆସନ୍ତା ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ‘ଜଗନ୍ନାଥ ଏକ୍ସପ୍ରେସ’

ଆସନ୍ତା ରଥଯାତ୍ରା ପୂର୍ବରୁ ‘ଜଗନ୍ନାଥ ଏକ୍ସପ୍ରେସ’ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହେବ।
ଏହି ପ୍ରକଳ୍ପ ଅଧିନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଆରମ୍ଭ ହୋଇଥିବା ବେଳେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଗୌରବମୟ ସଂସ୍କୃତି ପ୍ରଦର୍ଶନ କରିବ। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଖାଦ୍ୟ, ଭାଷାର ପ୍ରଚାର ପ୍ରସାର କରିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes