ଆଶାକର୍ମୀ ନିଯୁକ୍ତି ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଶିରିଡି ପଞ୍ଚାୟତର ଆଦିବାସୀ ବହୁଳ କୁଇଲାରୀଯୋଗ ଗ୍ରାମରେ ଆଶାକର୍ମୀ ନିଯୁକ୍ତି ପାଇଁ ଆଜି କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଜଣେ ଲେଖାଏ ଆଶାକର୍ମୀ ନିଯୁକ୍ତି ଦେବାର ସରକାରୀ ପ୍ରାବଧାନ ରହିଛି। ଦୀର୍ଘ ଦେଢବର୍ଷ ହେବ ଦାବି ଜଣାଇ ଆସୁଥିଲେ ହେଁ ସରକାର କିମ୍ବା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ କୁଇଲାରୀଯୋର ଗ୍ରାମରେ ଗର୍ଭବତୀ, ପ୍ରସ୍ତୁତୀ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଦାବିପତ୍ରରେ ଦର୍ଶାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes