ଆରବ ସାଗରରେ ହେଲିକପ୍ଟର କ୍ରାସ୍ ଘଟଣାରେ ଜଣେ ଓଡ଼ିଆ ମୃତ

ଆରବ ସାଗରରେ ଗତକାଲି ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟର କ୍ରାସ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି।

ଓଏନଜିସିର ଜିଓଲୋଜିଷ୍ଟ ବା ଭୂତତ୍ତ୍ବବିତ୍ ସତ୍ୟମ୍ବଦ ପାତ୍ର ଓଡ଼ିଶାର ହୋଇଥିବା ସୂଚନା ମିଳିଛି। ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ। ସୂଚନାଯୋଗ୍ୟ, ଗତକାଲି ୯ ଜଣଙ୍କୁ ନେଇ ଯାଉଥିବା ପବନ ହଂସ ହେଲିକପ୍ଟର ସମୁଦ୍ର ମଝିରେ କ୍ରାସ୍‌ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes