ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କୋରିଆରେ ଓଡିଆ ପୁଅ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣି ରାଣୀପୁର ଗାଁର ଯୁବ କ୍ରୀଡାବିତ ତଥା ଆନ୍ତର୍ଜାତୀୟ ତାଇକଣ୍ଡୋ ଖେଳାଳୀ ଏହେସାସ ହୋତା ଏବେ କୋରିଆ ପହଞ୍ଚିଛନ୍ତି ।

ଭାରତୀୟ ଟିମ ସହ ଭାରତ ଛାଡିଥିବା ଏହେସାସ ଏବେ କୋରିଆ ମାଟିରେ ପାଦ ଥାପି ସାରିଛନ୍ତି । ଦକ୍ଷଣ କୋରିଆର ଗାଙ୍ଗୱାନ ପ୍ରୋଭିନେନ୍ସ ରାଜ୍ୟର ରାଜଧାନୀ ଚାନଚିଓନର ହୋବନ ଜିମ ଷ୍ଟାଡିୟମରେ ୨୯ ତାରିଖରୁ ୧ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଜି-୨ ରେଂକିଙ୍ଗ ଆନ୍ତଜାର୍ତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version