ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ; ଉପରବେଡ଼ା ଗାଁରେ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ

ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବାବେଳେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ଉପରବେଡ଼ା ଗାଁରେ ବିଜୟ ଉତ୍ସବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

ବିଜୟ ଉତ୍ସବ ପାଇଁ ରାସ୍ତାଘାଟ ସଫା କରାଯିବା ସହ ଘରଗୁଡ଼ିକ ଫୁଲ ଓ ଆଲୋକରେ ସଜାଯାଇଛି। ପାରମ୍ପାରିକ ଲୋକ ନୃତ୍ୟ ଦଳ ପ୍ରସ୍ତୁତ ଅଛନ୍ତି। ରାଇରଙ୍ଗପୁରରେ ୪୦,୦୦୦ ଲୋକଙ୍କ ପାଇଁ ମିଠା ପ୍ରସ୍ତୁତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes