ଅସ୍ଥାୟୀ ମଣ୍ଡପ ରେ ପୂଜା ପାଉଛନ୍ତି ମୁତ୍ୟାଲାମ୍ମା

ଗୋପାଳପୁର ପୋଷ୍ଟ ଅଫିସ ନିକଟରେ ଅସ୍ଥାୟୀ ମଣ୍ଡପ ଠାରେ ଓଡିଆ ସମ୍ପ୍ରଦାୟ ପକ୍ଷରୁ ମୁତ୍ୟାଲାମ୍ମା ଠାକୁରାଣୀ ମାଙ୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ଯାତ୍ରା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ହେବ ।

ଆଜି ଭୋର୍ ସକାଳୁ ମା ଙ୍କୁ ଡାକରା କରି ବହୁ ଭକ୍ତ ଙ୍କ ସହ ନଗର ପରିକ୍ରମା କରି ଅସ୍ଥାୟୀ ମଣ୍ଡପ ରେ ପହଞ୍ଚିଥିଲେ।ଆଜି ନୀତି କାନ୍ତି ଭାବେ ପୁଜା ଅର୍ଚ୍ଚନା କରାଯାଇଥିଲା। ଜମଲା କାଳିଆ ପାତ୍ର ପୂଜା ଅର୍ଚ୍ଚନା ର ଦାୟିତ୍ବ ତୁଲାଇଥିଲେ। ଆଜି ମା ଚଙ୍ଗୁଡି ରେ ରହି ପୂଜା ପାଉଥିବା ବେଳେ ଶୁକ୍ରବାର ଦିନ ଘଟ କୁ ଆସି ପଟୁଆରରେ ନଗର ପରିକ୍ରମ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes