ଅସୁରକ୍ଷିତ କେନ୍ଦୁଝରର ଜୀବନ ରେଖା ଏନଏଚ ୨୦

କେନ୍ଦୁଝର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଜାତୀୟ ରାଜପଥ ୨୦ର ଅନେକ ସ୍ଥାନରେ ଅବସ୍ଥା ଶୋଚନୀୟ ହୋଇ ରହିଥିବାରୁ ଯାତାୟତ ଅସୁରକ୍ଷିତ ହୋଇ ପଡୁଛି।

ଅସମ୍ପୂର୍ଣ୍ଣ ତଥା ନିମ୍ନମାନର ରାସ୍ତା ସାଙ୍ଗକୁ ତ୍ରୁଟିପୂର୍ଣ୍ଣ ରାସ୍ତା ଏହାର ମୁଖ୍ୟ କାରଣ ହେଉଛି। ଅନେକ ସ୍ଥାନରେ ରାସ୍ତା ଦାବି ଯାଇଥିବା ବେଳେ ଅନେକ ସ୍ଥାନରେ ଭାଙ୍ଗି ଯାଇଥିବାରୁ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ସଦର ବ୍ଲକ ବଣୁଆ ନିକଟରେ ରାସ୍ତାରେ ପାଣି ଜମିଥିବା ବେଳେ ରାସ୍ତା କଡ଼ରେ ପଥର ଜମା ହୋଇ ରହୁଥିବାରୁ ଦୁର୍ଘଟଣା ହେଲେ ଗୁରୁତର ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes