ଝୁମ୍ପୁର ବ୍ଲକ ଅସନପାଟ ସ୍ଥିତ ଆଦିବାସୀ ଉନ୍ନୟନ ବିଭାଗ ଅଧିନସ୍ଥ ଆଶ୍ରମ ସ୍କୁଲରେ ପ୍ରାୟ ୨୦ ଜଣ ବାଳିକା ଅସୁସ୍ଥ ହୋଇ ପଡିଛନ୍ତି। ସଠିକ୍ କାରଣ ଜଣା ପଡ଼ିନାହିଁ କିନ୍ତୁ ଗୋଡ ବିନ୍ଧା ହେଉଥିବାରୁ ସେମାନେ ଅସୁସ୍ଥ ହୋଇ ପଡିଛନ୍ତି।
ସ୍ବାସ୍ଥ୍ୟ ବିଭାଗ କୁ ଜଣାଇବା ପରେ ଚିକିତ୍ସା କରି ରକ୍ତ ନମୂନା ସଂଗ୍ରହ କରି ନେଇଛନ୍ତି। ରିପୋର୍ଟ ଆସିବା ପରେ କାରଣ ଜଣା ପଡ଼ିବ ବୋଲି ଡିଡବ୍ଲ୍ୟୁଓ ପ୍ରଦ୍ୟୁମ୍ନ କୁମାର ଦାଶ କହିଛନ୍ତି।