ଅଲ ଓଡ଼ିଶା ଓକିଲ ସଂଘର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

ଅଲ ଓଡ଼ିଶା ଓକିଲ ସଂଘର କାର୍ଯ୍ୟକାରୀଣି ବୈଠକ ବାରିପଦା ସ୍ଥିତ ହୋଟେଲ ସ୍ୱସ୍ତିକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ମୟୁରଭଞ୍ଜ ଜିଲ୍ଲା ଓକିଲ ସଂଘର ସହଯୋଗରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ସମେତ ଜିଲ୍ଲାର ଓକିଲ ମାନେ ଯୋଗ ଦେଇ ଆଗାମୀ ରାଜ୍ୟସ୍ତରୀୟ ସମ୍ମିଳନୀ ନେଇ ପ୍ରସ୍ତୁତି ବୈଠକ ସହ ଆଲୋଚନା କରିଥିଲେ।

ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଦୀପ କୁମାର ରଥଙ୍କ ପୌରହିତରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ସଭାପତି ଗୋପାଳକୃଷ୍ଣ ମହାନ୍ତି ଯୋଗ ଦେଇଥିଲେ।ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଚଳିତ ବର୍ଷ ବାରିପଦାରେ ଅନୁଷ୍ଠିତ କରିବା ନେଇ ପ୍ରସ୍ତାବ ଆଗତ କରଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes