ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଭାବକଙ୍କୁ ଅଟକଇଲା ପୁଲିସ

ସ୍କୁଲ ସମସ୍ୟାକୁ ନେଇ ସ୍କୁଲ ପିଲାଙ୍କ ସହିତ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଭାବକ ଓ ସ୍କୁଲ କମିଟିର କାର୍ଯ୍ୟକର୍ତ୍ତାଙ୍କୁ ଅଭିଯୋଗ ପ୍ରକୋଷ୍ଠରୁ ପୁଲିସ ନେଇ ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଡିମିରି ମୁଣ୍ଡା ସ୍କୁଲରେ ଶିକ୍ଷକଅଭାବ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ସେମାନେ ସ୍କୁଲ ଛୁଟି ପରେ ଅଭିଯୋଗ କରିବାକୁ ଆସିଥିଲେ। ତେବେ ସ୍କୁଲ ସମୟରେ ଖରାରେ ପିଲାଙ୍କୁ ଆଣିଥିବା ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସକୁ ଆଦେଶ କରିବାରୁ ଟାଉନ୍ ଥାନା ପୁଲିସ ସେମାନଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇ ଯାଇଥିଲେ ବୋଲି ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes