ଅନୁଗୋଳରେ ନବମ ଆର୍ଟ ଅଫ୍ ଗିଭିଂ ଡେ ପାଳିତ

ଅନୁଗୋଳରେ ନବମ ଆର୍ଟ ଅଫ୍ ଗିଭିଂ ଡେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳର କେଦାର ଗୈାରୀ ଦୃଷ୍ଟିହୀନ ଆଶ୍ରମ,ବାଜି ରାଉତ ଛାତ୍ରାବାସରେ ଆର୍ଟ ଅଫ୍ ଗିଭିଂ ତରଫରୁ ଅନ୍ତେବାସୀଙ୍କୁ ଚାଉଳ,ଡାଲି,ବିସ୍କୁଟ,ପେନ୍ ଆଦି ପ୍ରଦାନ କରାଯାଇଛି ।

ମୁଖ୍ୟ ଅତିଥିଭାବେ ଅନୁଗୋଳ ପୈାରପାଳିକାର ନଗରପାଳ ଅକ୍ଷୟ ସାମନ୍ତ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ବିସ୍କୁଟ,ପେନ୍ ଆଦି ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ରଙ୍କ ସମେତ ବହୁ ସାମାଜିକ କର୍ମୀ ସହଯୋଗ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes