ଅଢେ଼ଇ ବର୍ଷ ପରେ ମନ୍ତ୍ରୀ ପଦକୁ ଫେରିଲେ ପ୍ରଦୀପ ଅମାତ

ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଲଗାତାର ଭାବେ ୫ଟି ସାଧାରଣ ନିର୍ବାଚନରେ ବୌଦ୍ଧରୁ ନିର୍ବାଚିତ ହୋଇଅସୁଛନ୍ତି ଏବଂ ଅତୀତରେ ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ,ଅର୍ଥ,ସ୍ୱାସ୍ଥ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହିଥିଲେ ମଧ୍ୟ ୨୦୧୯ନିର୍ବାଚନ ପରେ ତାଙ୍କୁ କିଛି ମନ୍ତ୍ରୀ ପଦ ଦିଆଯାଇନଥିଲା ।

କିନ୍ତୁ ପୁଣି ଥରେ ଗତକାଲି ଶ୍ରୀ ଅମାତଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ବୌଦ୍ଧ ସହର ଉତ୍ସବ ମୁଖର ହୋଇପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes