କେନ୍ଦୁଝର ସଦର ବ୍ଲକ ନରଣପୁର ସ୍ଥିତ ନେକଡ଼ା ଘର ଛକ ବୁଲାଣିରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ ଘଟିଛି।
ଗାଡ଼ି ଧକ୍କା ପରେ ଭାଲୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି। ଏନଏଚ ୨୦ ପାର ହେଉଥିବା ବେଳେ ଦୃତ ଗତିରେ ଯାଉଥିବା କୌଣସି ଏକ ଗାଡ଼ି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ମୃତ ଦେହ ଉଦ୍ଧାର କରିଛି।