ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରତିଦିନ ଅଧରାତିରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ନେଇ ବିନିକା ଯୁବ ସଂଗଠନ ପକ୍ଷରୁ ୨୮ ତାରିଖରେ ଏସଡିଓଙ୍କୁ ଦାବିପତ୍ର ଦିଆଯାଇଥିଲା ହେଲେ ଅବସ୍ଥା ୩ଦିନ ଭିତରେ ନ ସୁଧୁରିବାରୁ ଆଜି ସୋମବାର ଏସଡିଓ ଅଫିସ ତାଲା ପକାଇ ଧାରଣା ଦେଇଛନ୍ତି ଅଞ୍ଚଳର ସଚେତନ ଯୁବକ।
ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ତିନି ଘଣ୍ଟା ବିତିଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇ ନଥିବା ଜଣାପଡ଼ିଛି ।