ସେନାର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଆଜି ଶହ ଶହ ଯୁବକ କଟକ କ୍ୟାଣ୍ଟନମେଣ୍ଟ ରୋଡ଼ରେ ଥିବା ଆର୍ମି ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ଭଙ୍ଗାରୁଜା କରିଛନ୍ତି l
ଫଳରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିମାଡ଼ କରିଥିବା ଦେଖିବାକୁ ମିଳିଛି l