ଅଇଁଲାସାରି ଠାରେ ନେଚୁରୋପାଥି ସମ୍ପର୍କରେ ସଚେତନତା

ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସେବା ଫାଉଣ୍ଡେସନ ପକ୍ଷରୁ ଅଇଁଲାସାରି ପ୍ରାଥମିକ ବିଦ୍ୟାଳୟ ଠାରେ ନେଚୁରୋପାଥି ସମ୍ପର୍କରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଭୁଦତ୍ତ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କମଳା ଚରଣ ପଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ନେଚୁରୋପାଥି ଡ଼ା. ପ୍ରବୀଣ ନନ୍ଦ ଓ ଡ଼ା. ରଞ୍ଜନ ନନ୍ଦ ଯୋଗଦେଇ ବିଭିନ୍ନ ରୋଗର କାରଣ ଓ ନିରାକରଣ ଉପରେ ଲୋକମାନଙ୍କୁ ବୁଝାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes