ସୋନପୁର ଜିଲ୍ଲା ତରଭା ଓ ମେଣ୍ଡା ପୋଲିସ ଆଜି ରାଣିସର୍ଡା ଛକ ନିକଟରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଏକ ପିକଅପ ଗାଡ଼ି କୁ ଜବତ କରିଥିଲା। ଏଥିରେ ୯ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ରହିଥିବା ଓଜନ ରେ ଜଣାପଡିଥିଲା। ଜବତ ଗଞ୍ଜେଇ ମୂଲ୍ୟ ୫ କୋଟି ରୁ ଉର୍ଦ୍ଧ୍ବ ହେବାର ଅନୁମାନ କରାଯାଉଛି। ଏଥିରେ ସାମିଲ ଥିବା ତିନି ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।