୮ କୋଟି ଠକେଇ ମାମଲାରେ ବ୍ୟାଙ୍କ ଅଫିସର ଗିରଫ

ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଏସବିଆଇ ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି ଇଓଡବ୍ଲୁ।

୮ କୋଟି ଟଙ୍କାର ଋଣ ହେରଫେର ମାମଲାରେ ଆଶୁତୋଷ ଗିରଫ ହୋଇଛନ୍ତି। ଆଶୁତୋଷ ଚାକିରି କରିନଥିବା ୫୯ ଜଣଙ୍କ ନାଁରେ ଚାକିରି ଲୋନ୍ ଉଠାଇ ଥିଲେ ଏବଂ ପେନସନ ପାଉନଥିବା ୨୬ ଜଣଙ୍କ ନାଁରେ ପେନସନ୍ ଲୋନ୍ ଉଠାଇଥିଲେ। ସେ ମୋଟ ୮ କୋଟି ଟଙ୍କା ଉଠାଇ ନିଜ ସଂପର୍କୀୟଙ୍କ ନାଁରେ ଜମା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes