ରାଜ୍ୟର ୮୬ ଜେଲ୍ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ। ସେଥିରୁ ୧୪ ହଜାର ୪୦ ବିଚାରାଧୀନ, ୪୧୩୬ ଜଣ ଦଣ୍ଡ ପାଇ ଅଛନ୍ତି। ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍ରୁ ୪୪ କଏଦୀ ଫେରାର୍ ହୋଇଥିଲେ। ୨୭ ଜଣଙ୍କୁ ଗିରଫ କରାଯାଇଛି, ଏବେବି ୧୭ଜଣ ଫେରାର୍ ଅଛନ୍ତି ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି।