୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ ସ୍ଥଗିତ

ଜୁନ୍ ୧ତାରଖରୁ ହେବାକୁ ଥିବା ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧକୁ ସ୍ଥଗିତ ରଖାଯାଇଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ତାଳଚେର ମେଡିକାଲ୍ କଲେଜ୍ ପରିଚାଳନା ଓ ସରକାରୀ ବିଜ୍ଞପ୍ତି ପ୍ରକାଶ ସମ୍ବନ୍ଧରେ ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ ଓ ଏସ୍‌.ଡି.ପି.ଓ. ସ୍ୱାତୀ ଏସ୍‌.କୁମାରଙ୍କ ଉପସ୍ଥିତିରେ ବିଚାର ବିମର୍ଷ ପରେ ପ୍ରଶାସନକୁ ସମ୍ମାନ ଜଣାଇ ଜୁନ୍ ୧ ରେ ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ କମିଟି ପକ୍ଷରୁ ସ୍ଥଗିତ କରିବା ସହିତ ଏକ ଦାବୀପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes