୭ଆନ୍ତଃରାଜ୍ୟ ଲୁଟେରା ଗିରଫ, ସୁନା ଗହଣା ସହ ନଗଦ ଟଙ୍କା ଜବତ

କେନ୍ଦୁଝର ଜିଲ୍ଲା ପାଟଣା ପୁଲିସ ମଙ୍ଗଳବାର ୭ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଓ ଯାଜପୁର ଜିଲ୍ଳାର।

ବିଭିନ୍ନ ସମୟରେ ଏମାନେ ପାଟଣା, ତୁରୁମୁଙ୍ଗା, ଟାଉନ ଥାନା, ଘଟଗାଁ ଓ ଚାମ୍ପୁଆ ଥାନା ଅଞ୍ଚଳରେ ଚୋରି ସହ ଛିନତାଇ କରି ଲୁଟ କରୁଥିବାର ଅଭିଯୋଗ ହୋଇଥିଲା। ଏମାନଙ୍କ ଠାରୁ ଗୋଟିଏ ସୁନା ମଙ୍ଗଳ ସୂତ୍ର, ୨ଟି ସୁନା କାନ ଫୁଲ, ୧ଟି ସୁନା ମୁଦି, ନଗଦ ୫୪ ହଜାର ୨୮୬ଟଙ୍କା ଏକ ବାଜାଜ୍ ପଲ୍ସର, ଏକ ହିରୋ ସି ବି ଜେଡ ବାଇକ ଓ ୫ଟି ମୋବାଇଲ୍ ଫୋନ ଜବତ ହୋଇଥିବା ଘଟଗାଁ ଏସଡିପିଓ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes