ଗଜପତି ଜିଲ୍ଲା ଆର୍. ଉଦୟଗିରି TDCCOLର ପୂର୍ବତନ ଜିଏମ୍ ରୋହିତ ପରିଡ଼ା ୫ ଲକ୍ଷ ୫୪ ହଜାର ଟଙ୍କା ନେଇ ବସ୍ରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଭିଜିଲାନ୍ସ ଧରିଛି।
ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ ଚାଲିଛି। ରୋହିତଙ୍କ ଭୁବନେଶ୍ୱର, ପୁରୀ, କେନ୍ଦୁଝର ଘରେ ରେଡ୍ କରୁଛି ଭିଜିଲାନ୍ସ। ଅବସର ପରେ ଏବେ ଠିକା ଆଧାରରେ କାର୍ଯ୍ୟରତ ଅଛନ୍ତି ରୋହିତ।