ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କରିଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ ଲକ୍ଷ ୯୨ ହଜାର ୮୬୪ ମେଟ୍ରିକ ଟନ୍ ଧାନ ଆସିଛି। ୫୮ ଲକ୍ଷ ୬ ହଜାର ୪୩୨ ମେଟ୍ରିକ ଟନ ଧାନ ଉଠା ହୋଇଛି। ୧ ଲକ୍ଷ ୯୪ ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡ଼ି ରହିଛି, ଏବେ ୧୩ ଲକ୍ଷ ୯୦ ହଜାର ୯୭୮ ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ ହଜାର ୪୫ କୋଟି ଟଙ୍କାର ଇନପୁଟ ସବସିଡି। MSP ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି କହିଛନ୍ତି ସରକାର।