ଖୋର୍ଦ୍ଧା ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ ହୋଇଛି। ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି। ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ସହ ୩ଟି ଗାଡ଼ି ଜବତ କରାଯାଇଛି। ମୃତକ ଜଟଣୀର, ୨ ଅଭିଯୁକ୍ତଙ୍କ ଠାରୁ ୪ ହଜାର ଟଙ୍କା ଉଧାର ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ଟଙ୍କା ନ ଦେବାରୁ ଘରୁ ଉଠାଇ ଆଣି ଠେଙ୍ଗାରେ ପିଟିପିଟି ହତ୍ୟା ପରେ ବଧାପୋଖରୀ ନିକଟରେ ଫିଙ୍ଗି ଦେଇଥିଲେ।