ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠି କରିଛନ୍ତି। ୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରିବାକୁ ସଂକଳ୍ପ ପାରିତ କରାଯାଉ। ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ବ ବର୍ତ୍ତମାନ ୩.୯ ପ୍ରତିଶତ ରହିଛି।ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ।ଫଳରେ ଆମର ରାଜନୈତିକ ଅଧିକାର ଅନ୍ୟ ରାଜ୍ୟମାନେ ଛଡ଼ାଇ ନେବେ। ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ। ଜନସଂଖ୍ୟା ବୃଦ୍ଧି, ମାନବ ସମ୍ପଦ ବିକାଶରେ ଅଗ୍ରଣୀ ସତ୍ତ୍ବେ ପ୍ରତିନିଧିତ୍ୱ ୧୫% କମିବ। ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଭବିଷ୍ୟତ ପିଢ଼ି ପାଇଁ ଗୁରୁତର ଅନ୍ୟାୟ ହେବ। ମାତ୍ର ମହିଳା ସଂରକ୍ଷଣ ବିଲ୍କୁ ବିଜେଡି ସ୍ବାଗତ କରୁଛି କହିଛନ୍ତି ନବୀନ।