ଖୋର୍ଦ୍ଧା ଆୟକର ଅଫିସର ଇନ୍ସପେକ୍ଟରଙ୍କ ସମେତ ୩ଜଣଙ୍କ ବିରୋଧରେ ପ୍ରମାଣ ପାଇବା ପରେ ମାମଲା ରୁଜୁ କଲା ସିବିଆଇ। ଇନ୍ସପେକ୍ଟର ଟି. ସତ୍ୟ ନାରାୟଣ ରାଓ, କିରାଣି ଭୀମସେନ ବାରିକ, ଡାଟା ଏଣ୍ଟ୍ରି ଅପରେଟର କୁମାର ସମରେଶଙ୍କ ନାମରେ ମାମଲା ହୋଇଛି। ପାନ୍କାର୍ଡକୁ ନିଷ୍କ୍ରିୟ କରିବା ଲାଗି ଜଣେ ଚାଷୀଙ୍କୁ ମାଗୁଥିଲେ ଲାଞ୍ଚ। ଏୟାରଫିଲ୍ଡ ଥାନା ପାଞ୍ଚଗାଁର ସୁବାସ ଚନ୍ଦ୍ର ସାହୁ CBIରେ ଅଭିଯୋଗ କରିଥିଲେ।