ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡିଶାକୁ ୩୬ଟି ବିଧାନସଭା ଦାୟିତ୍ୱ ମିଳିଥିଲା। ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି। ଆସାମ ତୁଳନାରେ ବେଙ୍ଗଲକୁ ଅଧିକ କାର୍ଯ୍ୟକର୍ତ୍ତା ଯାଇଥିଲେ କହିଛନ୍ତି ମନମୋହନ।
ପ୍ରତି ବିଧାନସଭା ପାଇଁ ଜଣେ କି ଦୁଇ ଜଣ କାର୍ଯ୍ୟକର୍ତ୍ତା ଓଡ଼ିଶାରୁ ଯାଇଥିଲେ, ବେଙ୍ଗଲ ନିର୍ବାଚନ ବର୍ତ୍ତମାନ ସାଧାରଣ ଲୋକଙ୍କ ନିର୍ବାଚନ ହୋଇଯାଇଛି। ଆସାମକୁ ୨ଟି ଫେଜ୍ରେ ମୋଟ୍ ୧୪ ଜଣ କାର୍ଯ୍ୟକର୍ତ୍ତା ଯାଇଥିଲେ, ବେଙ୍ଗଲକୁ ୨ଟି ଫେଜ୍ରେ ଅଧିକ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯାଇଥିଲେ।